୨୪ ଘଣ୍ଟାରେ ୪୪ହଜାର ନୂତନ ଆକ୍ରାନ୍ତ , ୫୧୨ ମୃତ

୨୪ ଘଣ୍ଟାରେ ୪୪ହଜାର ନୂତନ ଆକ୍ରାନ୍ତ , ୫୧୨ ମୃତ

୨୪ ଘଣ୍ଟାରେ ୪୪ହଜାର ନୂତନ ଆକ୍ରାନ୍ତ , ୫୧୨ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଜଣଙ୍କର ପ୍ରାଣହାନି ଘଟିଛି । ନୂତନ ଭାବରେ ଚିହ୍ନଟ ୪୪୨୮୧ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୧ରେ ପହଞ୍ଚିଛି । ସେହିପରି ୫୧୨ ନୂତନ ମୃତ୍ୟୁକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ରେ ପହଞ୍ଚିଛି । ସେହିପରି ପ୍ରଥମ ଥର ପାଇଁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ କମକୁ ଖସି ଆସିଛି । ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୩୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୦ ଲକ୍ଷ ୧୩ ହଜାର ୭୮୩ରେ ପହଞ୍ଚିଛି । ଏହା ସହିତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯୪ ହଜାର ୬୫୭ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦାଦ୍ରା ନଗର ହାବେଳୀରେ ସବୁଠୁ କମ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୧୪ ଲକ୍ଷ ୨୧ ହଜାର ୪୮୧ରେ ପହଞ୍ଚିଥିବା ବେଳେ କେବଳ ଆମେରିକାରେ ଏହି ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୭୫୪ରେ ପହଞ୍ଚିଛି । ଏହା ମଧ୍ୟରୁ ୩ କୋଟି ୩୫ ଲକ୍ଷ ୩୯ ହଜାର ୩୮ ଲୋକ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୬ ଲକ୍ଷ ୧୧ ହଜାର ୭୬୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।