ବିଶ୍ୱର ପ୍ରଥମ କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀ

ବିଶ୍ୱର ପ୍ରଥମ କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀ

ବିଶ୍ୱର ପ୍ରଥମ କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀ
ମସ୍କୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ଋଷ ପକ୍ଷରୁ ବିକଶିତ କରାଯାଉଥିବା କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ପୁତିନ୍ ଘୋଷଣା କରିଛନ୍ତି । ଏହା ସହିତ ପୁତିନଙ୍କ ଝିଅକୁ ପ୍ରଥମ ଟୀକା ମଧ୍ୟ ଲଗାଯାଇଛି । ଏହି ଟୀକା ବର୍ତ୍ତମାନ ପ୍ରସ୍ତୁତ ଏବଂ ଆଗାମୀ ଦିନରେ ବିଭିନ୍ନ ରାଷ୍ଟ୍ରକୁ ଯୋଗାଣ କରାଯିବା ନେଇ ପୁତିନ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଋଷ ପକ୍ଷରୁ ଏହି ଟୀକାକୁ ପଞ୍ଜୀକୃତ କରାଯାଇଥିବା ବେଳେ ଆଜି ଏହି ଟୀକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଋଷର ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟୀକାଟିକୁ ବିକଶିତ କରାଯାଇଛି ।