୨୪ ଘଣ୍ଟାରେ ଦେଶରେ ୨୭, ୪୦୯ ନୂଆ ସଂକ୍ରମିତ ଚିହ୍ନଟ
୨୪ ଘଣ୍ଟାରେ ଦେଶରେ ୨୭, ୪୦୯ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୨୭, ୪୦୯ଟି ନୂଆ ନୂଆ କରୋନାଭାଇରସ୍ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଦେଶରେ କୋଭିଡ୍ ମାମଲା ୧୯.୬ ପ୍ରତିଶତ ହ୍ରାସ ପାଇଛି। ଏଥିସହ ଏବେ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୫ ହଚାର ୫୩୪କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଡିସେମ୍ବର ୩୧ରେ ୨୨,୭୭୫ ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି ଜାନୁଆରୀ ୧ରେ ୨୭,୫୫୩ଟି ମାମଲା ରିପୋର୍ଟ ହୋଇଥିଲା।
ଗତ ୨୪ଘଣ୍ଟା ମଧ୍ୟରେଦେଶରେ କୋଭିଡ ଯୋଗୁଁ ମୋଟ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ କୋଭିଡ କାରଣରୁ ସମୁଦାୟ ୫ ଲକ୍ଷ୯ ହଜାର ୩୫୮ ଜଣଙ୍କର ମୃତ୍ୟୁ ଘଟିଛି । କେରଳର ୬୧ ଜଣ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪୨୩୧୨୭ ହ୍ରାସ ପାଇଛି।
ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ୦.୯୯ ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ରିକଭରି ହାର ୯୭.୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ ୫୫ହଜାର ୭୫୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକି ନୂତନ ରୋଗୀଙ୍କ ସଂଖ୍ୟାଠାରୁ ଦୁଇଗୁଣ ଅଧିକ। ବର୍ତ୍ତମାନ ପର୍ୟ୍ୟନ୍ତ ସମୁଦାୟ ୪ କୋଟି, ୧୭ ଲକ୍ଷ, ୬୦ ହଜାର, ୪୮୫ ଲୋକ ଏହି ମହାମାରୀକୁ ହରାଇଛନ୍ତି।




admin 