୨୪ ଘଂଟା ମଧ୍ୟରେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଲେ କୃଷିମନ୍ତ୍ରୀ

୨୪ ଘଂଟା ମଧ୍ୟରେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଲେ କୃଷିମନ୍ତ୍ରୀ

୨୪ ଘଂଟା ମଧ୍ୟରେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଲେ କୃଷିମନ୍ତ୍ରୀ
ଭୁବନେଶ୍ୱର : ବାତ୍ୟା ‘ୟାସ’ ପାଇଁ ଉତର ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇଛି । ବର୍ଷା ପବନରେ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଥିବାବେଳେ ପ୍ରାଣୀ ସମ୍ପଦର ମଧ୍ୟ କ୍ଷତି ଘଟିଛି । ଏନେଇ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉଚ୍ଚସ୍ତରୀୟ ସମୀକ୍ଷା କରିଥିବାବେଳେ ୨୪ ଘଂଟା ମଧ୍ୟରେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ମନ୍ତ୍ରୀ ଡକ୍ଟର ସାହୁ କୃଷି ଓ ପଶୁପାଳନ ଏବଂ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ତୁରନ୍ତ କ୍ଷେତ୍ର ଅଧିକାରୀମାନେ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କଲେ ତଦନୁଯାୟୀ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଆଜି ଅପରାହ୍ନରେ ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । କ୍ଷୟକ୍ଷତି ଆକଳନ ପରେ ଏନେଇ ସମୀକ୍ଷା ହେବା ସହ କିଛି ଘୋଷଣା ହେବବୋଲି ଅନୁମାନ କରାଯାଉଛି । ବାତ୍ୟା ୟସ ପ୍ରଭାବରେ ଉତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ହୋଇଛି । କେତେକ ନଦୀରେ ବନ୍ୟା ସ୍ଥିତି ବି ସୃଷ୍ଟିହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସଂକ୍ରାନ୍ତରେ ସମୀକ୍ଷା କରିବା ସହ ରିଲିଫ ଘୋଷଣା କରିଥିଲେ ।