୨ ବନ୍ଧୁକ ବେପାରୀ ଗିରଫ

୨ ବନ୍ଧୁକ ବେପାରୀ ଗିରଫ

୨ ବନ୍ଧୁକ ବେପାରୀ ଗିରଫ
ଭୁବନେଶ୍ୱର: କଟକ ଚାଉଳିଆଗଞ୍ଜ ପୋଲିସ ଦ୍ୱାରା ୨ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି । ଗିରଫ ନେଇ ପ୍ରେସମିଟରେ ପୋଲିସ କମିଶନର ସୂଚନା ଦେଇଛନ୍ତି । ୨ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ; ୭ ବନ୍ଧୁକ , ୬୫ ରାଉଣ୍ଡ ଗୁଳି ଜବତ ହୋଇଛି । ବନ୍ଧୁକ ବେପାରୀ କେନ୍ଦ୍ରାପଡାର ଦୁର୍ଦ୍ଧାନ୍ତ ଅପରାଦୀ ବିଜୟ ନାୟକ ଗିରଫ ହୋଇଛି । ବିଜୟର ସହଯୋଗୀ ଜଗା ଦାସକୁ ମଧ୍ୟ ପୋଲିସ ଗିରଫ କରିଛି । ଗ୍ୟାଙ୍ଗଷ୍ଟାର ସୁଲେମାନ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହେଉଛି ବିଜୟ । ନିକଟରେ ଜାମିନ ପାଇଁ ଜେଲରୁ ମୁକୁଳିଥିଲା ବିଜୟ ନାୟକ । ବନ୍ଧୁକ କାରବାର ବେଳେ ଚଢାଉ କରି ପୋଲିସ ଗିରଫ କରିଛି ।