ପାଲଲହଡା ବ୍ଲକର ବଡଝାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ପାଲଲହଡା ବ୍ଲକର ବଡଝାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ପାଲଲହଡା ବ୍ଲକର ବଡଝାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ପୁଣି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିଲାଗି ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରିଛି । ୨୪ ଘଣ୍ଟାରେ ଗାଁର ଏତେ ସଂଖ୍ୟାରେ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପାଲଲହଡା ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡଝାର ଗାଁରେ ୨ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ସଂଗରୋଧରେ ରଖାଯାଇଥିଲା । ତାପରେ ସେହି ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଏହି ଗାଁର ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି । ଗାଁ ଲୋକ ଯେମିତି ବାହାରକୁ ଆସି ନପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେଠାରେ ବାହାର ଲୋକଙ୍କୁ ଗାଁ ଭିତରକୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଗାଁ ଲୋକ ଯେମିତି ବାହାରକୁ ଆସି ପାରିବେ ନାହିଁ, ତାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ।