ରମାଦେବୀ ଅଧ୍ୟାପିକାଙ୍କୁ କରୋନା

ରମାଦେବୀ ଅଧ୍ୟାପିକାଙ୍କୁ କରୋନା

ରମାଦେବୀ ଅଧ୍ୟାପିକାଙ୍କୁ କରୋନା
ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଚାଲିଛି । କରୋନାର ଦ୍ୱିତୀୟ ଲହରୀରେ ଓଡିଶା ପଛରେ ନାହିଁ । ଆଜି ଓଡିଶାରୁ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରମାଦେବୀ ୟୁନିଭରସିଟିର ଜଣେ ଅଧ୍ୟାପିକା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ପ୍ରଶାସନିକ ବିଲ୍ଡିଂ ସାନିଟାଇଜ କରାଗଲା । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସଂସ୍ପର୍ଶରେ ଆସିଥିବା ଛାତ୍ରୀ ଓ କର୍ମଚାରୀଙ୍କର କାଲି କରୋନା ଟେଷ୍ଟ କରାଯିବ । ଆବଶ୍ୟକ ହେଲେ ଅନ୍ୟ ଅନ୍ତେବାସିନୀ ମାନଙ୍କର ଟେଷ୍ଟ ହୋଇପାରେ । ରମାଦେବୀ କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି ।