ଆଜି ୩୩୮୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୩୮୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୩୮୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୩୮୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୧୨୮ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୨୫୬ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧୯, ବରଗଡରୁ ୧୫୭, ଭଦ୍ରକରୁ ୮୨, ବଲାଙ୍ଗୀର ୯୯, ବୌଦ୍ଧରୁ ୫, କଟକରୁ ୪୯୨, ଦେବଗଡରୁ ୧୬, ଢେଙ୍କାନାଳରୁ ୬୦, ଗଜପତି ୯, ଗଞ୍ଜାମରୁ ୧୭୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୧୭୬, ଝାରସୁଗୁଡାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳ ୫୮, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୭୭, ନବରଙ୍ଗପୁରରୁ ୩୧, ନୟାଗଡରୁ ୭୬, ନୂଆପଡାରୁ ୧୯, ପୁରୀରୁ ୧୨୧, ରାୟଗଡାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭ ଏବଂ ସୁନ୍ଦରଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ ହୋଇଥିବା ବେଳେ ଏହା ମଧ୍ୟରୁ ୬୨୮୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୭୨ରହିଛି ।