ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୋଦିଙ୍କ ସହିତ କଥାହେଲେ ନବୀନ

ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୋଦିଙ୍କ ସହିତ କଥାହେଲେ ନବୀନ

ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୋଦିଙ୍କ ସହିତ କଥାହେଲେ ନବୀନ
ଭୁବନେଶ୍ୱର : ଏକକ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତକାଲି ଚିଠି ଲେଖିଥିବା ବେଳେ ଆଜି ଫୋନରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ବନ୍ୟା ପରସ୍ଥିତି ଭୟଙ୍କର ରୂପ ନେଉଥିବା ବେଳେ ଏପରି ସମୟରେ ନିଟ୍ ଏବଂ ଜେଇଇ ପରି ପ୍ରବେଶିକା ପରୀ୪ା କରାଇବା ଉପଯୁକ୍ତ ହେବ ନାହିଁ ବୋଲି କହିବା ସହିତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି କରିଥିଲେ । କରୋନା ଏବଂ ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖିି ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମାନଙ୍କ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି ।