୨ ଦିନରେ ଫେରିଯିବ ମୌସୁମୀ

୨ ଦିନରେ ଫେରିଯିବ ମୌସୁମୀ

୨ ଦିନରେ ଫେରିଯିବ ମୌସୁମୀ
ଭୁବନେଶ୍ୱର: ଦୁଇ ଦିନ ମଧ୍ୟରେ ଭାରତରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେପ୍ଟେମ୍ବର ୨୪ କିମ୍ବା ୧୫ ରେ ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ । ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ଭାରତ, ଉତ୍ତର ଓ କେନ୍ଦ୍ରୀୟ ଭାରତରୁ ଛାଡ଼ିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ଆକଳନରୁ ଯାହା ଜଣାପଡ଼ୁଛି, ଅକ୍ଟୋବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ କାଁ ଭାଁ ବର୍ଷା ଲାଗି ରହିବ । ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସାଧାରଣତଃ ଅକ୍ଟୋବର ୧୪ ତାରିଖରୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିଦେ୍ର୍ଧଶକ ଏଚ.ଆର ବିଶ୍ୱାସଙ୍କ କହିବାନୁଯାୟୀ ଜୁନ ପହିଲାରୁ ସେପ୍ଟେମ୍ବର ୨୩ ମଧ୍ୟରେ ଓଡ଼ିଶାରେ ୧୧୨୧.୫ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ । ତେବେ ଜିଲ୍ଲା ଅନୁଯାୟୀ ଏପାଖସେପାଖ ରହିଛି । ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଝାରସୁଗୁଡ଼ା ଓ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୭%, ବାଲେଶ୍ୱର ୨୪%, ଗଜପତି ଓ ପୁରୀ ଜିଲ୍ଲାରେ ୨୩% ଲେଖାଏ କମ ବର୍ଷ ରେକର୍ଡ କରାଯାଇଛି । ଜୁନ, ଜୁଲାଇରେ କମ ବର୍ଷା ହୋଇଥିବା ବେଳେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଛି । ସେପ୍ଟେମ୍ବରରେ ଏବେ ସୁଦ୍ଧା ୨୯% କମ୍ ବର୍ଷା ହୋଇଛି । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ୨୪ ତାରିଖରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ ।