୨ କେଜି ଧଳାଜହର ଜବତ
୨ କେଜି ଧଳାଜହର ଜବତ
ଭୁବନେଶ୍ୱର: ରାଜ୍ୟରେ ଥମୁନି ଧଳାଜହର କାରବାର । ପୁଣି ଆଜି ଖୋର୍ଦ୍ଧାରୁ ଧଳାଜହର ଜବତ ହୋଇଛି । ଏସଟିଏଫ୍ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ଧଳାଜହର ଜବତ କରିବା ସହ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ।
ଅଟକ ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନାଁରେ ହତ୍ୟା ମାମଲା ରହିଥିବା ସୂଚନା ମିଳିଛି । ଉଭୟ ୨ ଅଭିଯୁକ୍ତଙ୍କୁ ଧଳାଜହର କାରବାର ନେଇ ପଚରାଉଚରା କରୁଛି ଏସଟିଏଫ୍ ଟିମ୍ । ଏହି ଧଳାଜହର କେଉଁଠାକୁ ଚାଲାଣ ହେଉଥିଲା ? ଏଥିରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ? ସେନେଇ ତନାଘନା ଚଳାଇଛି ଏସଟିଏଫ୍ ।