୧୯ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

୧୯ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

୧୯ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସ ୧୯ ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ । ଶ୍ରୀ କୋବିନ୍ଦଙ୍କ ଦୁଇ ଦିନିଆ ପୁରାଗସ୍ତ କାର୍ୟ୍ୟକ୍ରମ ଶୁକ୍ରବାର ଚୂଡାନ୍ତ ହୋଇଛି । ୨୦ ତାରିଖ ଦିନ ଶରଧାବାଲିରେ ହେବାକୁ ଥିବା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ରାଷ୍ଟ୍ରପତି ଯୋଗଦାନ କରିବେ । ଏହାଛଡା ଚୈତନ୍ୟ ଗେୀଡ଼ୀୟ ମଠକୁ ଯାଇ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା କାର୍ୟ୍ୟକ୍ରମ ରହିଛି । 


୧୯ ତାରିଖ ଦିନ ୨ଟା ୪୫ରେ ରାଷ୍ଟ୍ରପତି ଦମ୍ପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେନାବାହିନୀର ହେଲିକପ୍ଟର ଯୋଗେ ସେ ପୁରୀ ତାଳବଣିଆ ହେଲିପ୍ୟାଡ ଯାଇ ସେଠାରେ ଅପରାହ୍ନ ୩ଟା ୨୫ ମିନିଟରେ ଅବତରଣ କରିବେ । ସମୁଦ୍ରକୂଳ ନିକଟସ୍ଥ ଏକ ହୋଟେଲରେ ରାଷ୍ଟ୍ରପତି ଅବସ୍ଥାନ  କରିବା ବ୍ୟବସ୍ଥା ହୋଇଛି । ସେହି ଦିନ ଅପରାହ୍ନ ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖ ଦିନ ୧୦ଟା ୩୫ ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡ଼ୀୟ ମଠକୁ ଯାଇ ସେଠାରେ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । 


ଶରଧାବାଲିରେ ହେବାକୁ ଥିବା ଜୟନ୍ତୀ ସମାରୋହ ସମେତ ସାଧୁ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦିନ ୧୧ଟାରୁ ୧୨ ଟା ପର୍ୟ୍ୟନ୍ତ ଉପସ୍ଥିତ ରହିବେ । ସେଠାରେ ଶ୍ରୀ କୋବିନ୍ଦ ସାଧୁସନ୍ଥ ଏବଂ ଭକ୍ତଙ୍କୁ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି । ସାଧାରଣ ସଭାରୁ ଦିନ ୧୨ଟାରେ ବାହାରି ୧୨ଟା ୫ରେ ସେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ଭୁବନେଶ୍ୱର ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ୟ୍ୟକ୍ରମ ରହିଛି । ରାଷ୍ଟପ୍ରତିଙ୍କ ବ୍ୟକ୍ତିଗତ ସଚିବ ପି ପ୍ରବୀଣ ସିଦ୍ଧାର୍ଥ ଗୌଡ଼ୀୟ ମିଶନ ସମ୍ପାଦକ ବି.ପି ପୁରୀ ମହାରାଜଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।