ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଫୁଲବାଣୀ: ଶନିବାର ବିଳମ୍ବିତ ରାତିରେ ଘଟିଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ହୋଇଛନ୍ତି। ଦୁର୍ଘଟଣା କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଇଡ଼ା ଲାହାବାଡ଼ି ଗ୍ରାମରେ ଘଟିଛି। ପୂର୍ବରୁ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ଓମିନି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଜଣଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଏହି ମର୍ମନ୍ତୁତ ଘଟଣା ଘଟିଛି। କାର୍‌ରେ ୮ ଜଣ ଥିଲେ। ସମସ୍ତଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଅଛନ୍ତି।