୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅସ୍ଥାୟୀ ଭାବେ କଲେଜ ବନ୍ଦ

୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅସ୍ଥାୟୀ ଭାବେ କଲେଜ ବନ୍ଦ

୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅସ୍ଥାୟୀ ଭାବେ କଲେଜ ବନ୍ଦ
କଟକ : କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି । ଏହି କଲେଜରୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଖବର ଅନୁଯାୟୀ, କଟକରେ ଥିବା ଏକ ଘରୋଇ କଲେଜରେ କିଛି ଦିନ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ୨୫ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।ତେବେ ପରୀକ୍ଷା ହୋଇଥିବା ନମୁନାରୁ ୧୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକି ଏବେ ଚିନ୍ତା ବଢାଇଦେଇଛି । କଲେଜ ହଷ୍ଟେଲରେ କଣ୍ଟାକ୍ଟ ଟ୍ରେସିଂ ଜାରି କରାଯାଇଛି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସମ୍ପର୍ଣ୍ଣ ବିରୋଧ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ୍‌ ହଷ୍ଟେଲ୍‌ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।