୧୧୦ଟି ସାଇଟରେ ଡ୍ରାଏ ରନ୍

୧୧୦ଟି ସାଇଟରେ ଡ୍ରାଏ ରନ୍

୧୧୦ଟି ସାଇଟରେ ଡ୍ରାଏ ରନ୍
ଭୁବନେଶ୍ୱର: ପୂର୍ବ ଘୋଷଣା ମୁତାବକ ଶୁକ୍ରବାର ରାଜ୍ୟରେ ୧୧୦ଟି ସ୍ଥାନାରେ ଡ୍ରାଏ ରନ ଚାଲିଛି । ଟିକା ଡ୍ରାଏ ରନ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ସିଏଚସି, ପିଏଚସି ଓ ମେଡିକାଲ କଲେଜରେ ଡ୍ରାଏ ରନ ଚାଲିଛି । ୧୧ଟି ଘରୋଇ ହସ୍ପିଟାଲରେ ବି ଡ୍ରାଏ ରନ ଚାଲିଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଉଛି । ପାଶ୍ୱର୍ ପ୍ରତିକ୍ରିୟା ହେଲେ ଅବଜରଭେସନ ରୁମରେ ରଖାଯିବ । ଏଥିସହ ଖୁବଶୀଘ୍ର ଟିକା ଆସିବ ବୋଲି କେନ୍ଦ୍ର କହିଥିବା ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଶୁକ୍ରବାର ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଥିଲା । ସବୁ ଜିଲ୍ଲା ଓ ମୁ୍ୟନିସିପାଲିଟି ଅଞ୍ଚଳରେ ଡ୍ରାଏ ରନ ହେବ । ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଡ୍ରାଏ ରନ ହେବ । ଖାଲି ସେତିକି ନୁହେଁ ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ ଜଲେଜରେ ମଧ୍ୟ ଡ୍ରାଏ ରନ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳ, ପୌରକର୍ତ୍ତୃପକ୍ଷ ଓ ସିଡିଏମଓଙ୍କୁ ଚିଠି କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁବାର ସୂଚନା ଦେଇଥିଲେ ।