ୟୁପିରୁ ୧୧ ଯିବେ ରାଜ୍ୟସଭା

ୟୁପିରୁ ୧୧ ଯିବେ ରାଜ୍ୟସଭା

ୟୁପିରୁ ୧୧ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ  : ନିର୍ବାଚନ କମିସନ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜୁନ୍‌ ୧୦ ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟ‌ରେ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ।  ୩୧ ହେବ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଆସନ ପାଇଁ ଭୋଟ୍‌ ହେବାକୁ ଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ୬ ଆସନରେ ଭୋଟ୍‌ ହେବ। ବିହାରରେ ୫ଟି ଆସନ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ୩ଟି ଲେଖାଏଁ ଆସନ ଏବଂ ପଞ୍ଜାବ , ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ୨ଟି ଲେଖାଏଁ ଆସନ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ଆସନରେ ନିର୍ବାଚନ ‌େହବ। ଉକ୍ତ ୫୭ ଆସନ ମଧ୍ୟରୁ ୨୩ଟି ବିଜେପି ପାଖରେ ଥିବାବେଳେ ୮ଟି କଂଗ୍ରେସ ପାଖରେ ରହିଛି। ତେବେ ଏହି ନିର୍ବାଚନ ପରେ ଏମ୍‌ ‌ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍‌କେ ଏବଂ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଆପ୍‌ ଦଳର ଶକ୍ତି ବଢ଼ିବ। ଅର୍ଥ ମନ୍ତ୍ରୀ ନୀର୍ମଳା ସୀତା‌ରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭିଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନ ଲଢ଼ିବେ। ପି ଚିଦମ୍ବରମ, କପିଲ ସିବଲ, ଜୟରାମ ରମେଶ ଏବଂ ଅମ୍ବିକା ସୋନିଙ୍କ ଭଳି କଂଗ୍ରେସ ନେତାଙ୍କ କାର୍ୟ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି।

ଉତ୍ତରପ୍ରଦେଶରେ ୧୧ ଆସନ ମଧ୍ୟରୁ ଶାସକ ବିଜେପି ପାଖରେ ୭ଟି ଆସନ ରହିବ ଏବଂ ସମାଜାବାଦୀ ପାର୍ଟି ବାକି ୪ଟି ଆସନ ଦାବି କରିପାରେ। ସତୀଶ ଚନ୍ଦ୍ର ମିଶ୍ରଙ୍କ ଇସ୍ତଫା ସହ ବିଏସ୍‌ପିର ମାତ୍ର ଜଣେ ସଦସ୍ୟ ରାଜ୍ୟସଭାରେ ରହିବେ।