ହୋଟେଲରୁ ବିପୁଳ ମଦ ଜବତ, ମାଲିକ ଗିରଫ

ହୋଟେଲରୁ ବିପୁଳ ମଦ ଜବତ, ମାଲିକ ଗିରଫ

ଭୁବନେଶ୍ୱର: ଲକଡାଉନରେ ହୋଟେଲରେ ଜମୁଥିବା ବିଦେଶୀ ମଦ କାରବାର । ଚଢ଼ା ଦରରେ ବିକି୍ର ହେଉଥିଲା । ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ହୋଟେଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କା ବିଦେଶୀ ମଦ ଜବତ କରିବା ସହ ହୋଟେଲ ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ଧର୍ମେନ୍ଦ୍ର ହାଜରା (୩୦) । ଘର କଟକ । ସେ ବମିଖାଲରେ ‘ହୋଟେଲ ସ୍ୱାଦ’ ଖୋଲିଥିଲେ । ପୁଲିସ ସୂଚନା ଅନୁଯାୟୀ ଲକଡାଉନ କାରଣ ଯୋଗୁଁ ମଦ ଦୋକାନ ଦିନ ୧ଟାରେ ବନ୍ଦ ହୋଇଯାଉଛି । ଏହାର ସୁଯୋଗରେ ଧର୍ମେନ୍ଦ ବିଦେଶୀ ମଦ ଆଣି ଗ୍ରାହକଙ୍କୁ ଯୋଗାଇ ଦେଉଥିଲେ । ମୂଲ୍ୟଠାରୁ ୨ ଗୁଣା ଅଧିକ ଦରରେ ବିକି୍ର କରୁଥିଲେ । ଆଡ୍ଡା ଜମୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ରାତି ୧୨ଟା ବେଳେ ପୁଲିସ ଉକ୍ତ ହୋଟେଲରେ ଚଢ଼ଉ କରିଥିଲା । ବିପୁଳ ପରିମାଣର ନାମୀଦାମୀ ବିଦେଶୀ ମଦ ଜବତ କରିବା ସହ ଧର୍ମେନ୍ଦ୍ରଙ୍କୁ ଗିରଫ କରିଥିଲା । ଧର୍ମେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।