ହାତୀରୁ ଓହ୍ଲାଇ ସାଇକେଲ ଚଢ଼ିଲେ ୬ ବିଧାୟକ

ହାତୀରୁ ଓହ୍ଲାଇ ସାଇକେଲ ଚଢ଼ିଲେ ୬ ବିଧାୟକ

ହାତୀରୁ ଓହ୍ଲାଇ ସାଇକେଲ ଚଢ଼ିଲେ ୬ ବିଧାୟକ

ଲକ୍ଷ୍ନୌ : ମାୟାବତୀଙ୍କୁ ଲାଗିଛି ବଡ଼ ଝଟକା । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ଦଳର ୬ ବିଧାୟକ ବିଏସପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଅର୍ଥାତ୍ ବିଏସପିର ଚିହ୍ନ ହାତୀରୁ ଓହ୍ଲାଇ ଛାଡ଼ି ସମାଜବାଦୀ ପାର୍ଟିର ସାଇକେଲରେ ବସିଛନ୍ତି । ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଏହି ୬ ବିଧାୟକ ଦଳରେ ସାମିଲ ହୋଇଛନ୍ତି । ଏହି ୬ ବିଧାୟକ ହେଲେ-ହରବିନ୍ଦ ଭାର୍ଗବ, ମୁସ୍ତାବା ସିଦ୍ଧିକି, ହାକିମଲାଲ ବିନ୍ଦ, ଅସଲାମ ରାଇନି, ସୁଷମା ପଟେଲ ଓ ଅସଲାମ ଚୌଧୁରୀ । କେବଳ ବିଏସପି ନୁହେଁ, ଶାସକ ବିଜେପିରୁ ବି ଜଣେ ବିଧାୟକ ଆଜି ଅଖିଳେଶଙ୍କ ହାତ ଧରି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ସୀତାପୁର ସଦରର ବିଧାୟକ ରାକେଶ ରାଠୋର ।

ଅଖିଳେଶ କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେପିର ପରାଜୟ ହେବ । ସମାଜବାଦୀ ପାର୍ଟି ସରକାର ଗଢ଼ିବ । ସ୍ପଷ୍ଟ ଦେଖାଯାଉଛି, ବିଜେପି ଏଥର ବିଦା ହେଉଛି । ଗୋଟିଏ ଗୋଟିଏ ଭୋଟ ପାଇଁ ବିଜେପି ବ୍ୟାକୁଳ ହେବ, ମାତ୍ର ରାଜ୍ୟବାସୀ ଆଉ ବିଜେପିକୁ ଭରସା କରିବେ ନାହିଁ । ବିଜେପି ଶାସନରୁ ଯାଉଛି ।