ମମିତାଙ୍କ ମା' ଗୁରୁତର
ମମିତାଙ୍କ ମା' ଗୁରୁତର
ଭୁବନେଶ୍ୱର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ଉଠୁଛି ପଡୁଛି ସାରା ରାଜ୍ୟ। ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର। ଦିନକୁ ଦିନ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି ତାଙ୍କ ମା’ ତୁଳସୀ ମେହେର। ତୁଳସୀଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି। ଚିକିତ୍ସା ଲାଗି ତୁଳସୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି।
ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିବା ବେଳେ ମମିତାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ମଧ୍ୟ ଦେଉଛନ୍ତି। ହେଲେ ଝିଅ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଏପରିକି ମମିତାଙ୍କ ମା’ ତୁଳସୀଙ୍କ ଅବସ୍ଥା ପୂର୍ବରୁ ଭଲ ନ ଥିବା ବେଳେ ଝିଅର ମୃତ୍ୟୁ ତାଙ୍କୁ ଅଧିକ ରୋଗାକ୍ରାନ୍ତ କରି ଦେଇଛି । ସେ ବାରମ୍ବାର ଅଚେତ ହୋଇ ପଡୁଥିବାରୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଇଛି।




admin 