ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ଦେବଗଡ଼ :ରାଜ୍ୟରେ ହାତୀ ଆକ୍ରମଣରେ ଯାଇଛି ଆଉ ଜଣଙ୍କ ଜୀବନ। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଚିରୁଗୁଣିକୁଦର ଗାଁରେ।
ମୃତ ଯୁବକଙ୍କ ନାଁ ଭାଗ୍ୟ କିସାନ। ତାଙ୍କୁ ୩୫ ବର୍ଷ ହୋଇଥିଲା। ଗତକାଲି ରାତିରେ ଭାଗ୍ୟ ତାଙ୍କ ଘର ନିକଟ ଖଳାରେ ଶୋଇଥିଲେ। ଖଳାରେ ଅମଳ ହୋଇପଡ଼ିଥିବା ଧାନ ଜଗିବାକୁ ସେ ସେଠାରେ ଶୋଇଥିଲେ। ଏହି ସମୟରେ ହାତୀ ଖଳାରେ ପଶି ତାଙ୍କୁ କଚାଡ଼ି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ହାତୀ ଆକ୍ରମଣରେ ଭାଗ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ଘଟଣା ପରେ ଭୟଭୀତ ହୋଇଛନ୍ତି।