ହାତଲେଖା ଦିବସ
ହାତଲେଖା ଦିବସ
୧୯୭୭ରେ ଜାନୁୟାରୀ ୨୩ରେ ରାଇଟିଂ ଇନଷ୍ଟ୍ରୁମେଣ୍ଟ ମ୍ୟାନୁଫାକଚର୍ସ ଆସୋସିଏସନ ‘ହାତଲେଖା ଦିବସ’ ପ୍ରଥମଥର ପାଳନ ଆରମ୍ଭ କରିଥିଲା । ସଂଯୁକ୍ତ ରାଷ୍ଟ୍ରର ସ୍ୱାଧୀନତା ପତ୍ର ସ୍ୱାକ୍ଷର କରିଥିବା ଜନ୍ ହାନକକଙ୍କ ଜନ୍ମଦିନ ଅନୁସାରେ ଏହି ଦିବସଟି ପାଳନ କରାଯାଇଥାଏ । ମଣିଷ କମ୍ପୁ୍ୟଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ୱେ କଲମର ଆଦର କମିନାହିଁ । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ ରହୁଛି । ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲ୍ୟାପଟପରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯାଉଛି । ପେନସିଲ ଲେଖାକୁ ପାଶ୍ଚାତ୍ୟ ଦେଶରେ ଯେମିତି କେହି ପାଶୋରି ନ ଯାନ୍ତୁ, ସେଥିପାଇଁ ହାତଲେଖା ଦିବସର ପାଳନ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ସବୁଠୁ ଅଧିକ ହେଉଛି ।




admin 