ଇଣ୍ଡୋନେସିଆରେ ୮୭ ଭାରତୀୟ ନାବିକ ଅଟକ

ଇଣ୍ଡୋନେସିଆରେ ୮୭ ଭାରତୀୟ ନାବିକ ଅଟକ

ଇଣ୍ଡୋନେସିଆରେ ୮୭ ଭାରତୀୟ ନାବିକ ଅଟକ
ହାଇଦରାବାଦ: ବେଆଇନଭାବେ ଲଙ୍ଗର ପକାଇଥିବା ଅଭିଯୋଗରେ ଆଜିକୁ ଚାରିମାସ ହେବ ଇଣ୍ଡୋନେସିଆ ନୌବାହିନୀ ପକ୍ଷରୁ ପାଂଚଟି ଭାରତୀୟ ଜାହଜକୁ ଜବତ କରାଯାଇଛି । ଏଥିସହିତ ଉକ୍ତ ଜାହଜରେ କାର୍ଯ୍ୟରତ ୮୭ ଜଣ ଭାରତୀୟ ନାବିକ ମଧ୍ୟ ସେଠାରେ ଅଟକ ରହିଛନ୍ତି । ସେମାନଙ୍କର କାଗଜପତ୍ରକୁ ଜବତ କରାଯାଇଥିବାବେଳେ ସେମାନଙ୍କୁ ସ୍ୱଦେଶ ଫେରିବାକୁ ଅନୁମତି ଦିଆଯାଉନାହିଁ । ପ୍ରକୃତରେ ଏହି ଜାହଜଗୁଡିକ ସିଙ୍ଗାପୁର ପ୍ରଣାଳୀରେ ଲରଙ୍ଗ ପକାଇଥିବାବେଳେ ଇଣ୍ଡୋନେସିଆ ଏହାକୁ ନିଜର ଜଳରାଶି ବୋଲି ଦାବି କରୁଛି । ଏହି ପ୍ରଣାଳୀକୁ ନେଇ ସିଙ୍ଗାପୁର, ଇଣ୍ଡୋନେସିଆ ଏହାକୁ ନିଜର ଜଳରାଶି ବୋଲି ଦାବି କରୁଛି । ଏହି ପ୍ରଣାଳୀକୁ ନେଇ ସିଙ୍ଗାପୁର, ଇଣ୍ଡୋନେସିଆ ଓ ମାଲେସିଆ ମଧ୍ୟରେ ବହୁଦିନରୁ ବିବାଦ ଦେଖାଦେଇଛି । ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ଅଟକ ରହିଥିବା ନାବିକଙ୍କୁ ନିୟମିତ ଦରମା ଓ ଖାଦ୍ୟପେୟ ଦିଆଯାଉଥିଲେ ସୁଦ୍ଧା ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ କୌଣସି ଉଦ୍ୟମ କରାଯାଉନାହିଁ ବୋଲି ଜଣେ ନାବିକ ଫୋନ ଯୋଗେ ନିଜ ପରିବାରକୁ ସୂଚନା ଦେଇଥିବା ପ୍ରକାଶ ।