୩୪ଟି ବୁଥରେ ଚାଲିଛି ସାନି ମତଦାନ

୩୪ଟି ବୁଥରେ ଚାଲିଛି ସାନି ମତଦାନ

୩୪ଟି ବୁଥରେ ଚାଲିଛି ସାନି ମତଦାନ
ଭୁବନେଶ୍ୱର : ଆଜି ଶେଷ ପର୍ଯ୍ୟାୟ ମତଦାନ ଅବସରେ ୩୪ଟି ବୁଥ୍ ରେ ଚାଲିଛି ସାନି ମତଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ତ୍ରୁଟି ହୋଇଥବାରୁ ସେହି ବୁଥ୍ ଗୁଡିକରେ ପୁନଃମତଦାନ ଚାଲିଛି । ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ୍ ଓ ଚତୃର୍ଥ ପର୍ଯ୍ୟାୟର ୨୨ଟି ବୁଥ୍ ରହିଛି । ବରୀର ୫ଟି ବୁଥ୍ , ବାରିପଦା, ମାହାଙ୍ଗା ଓ ଆଠଗଡରେ ୪ଟି ଲେଖାଏଁ ବୁଥ୍ , ଜଳେଶ୍ୱର, ବ୍ରହ୍ମଗିରି ଓ ବିଂଛାରପୁରରେ ୨ ଲେଖାଏ ବୁଥ୍ , ବଡମ୍ବା, ଦେବଗଡ, ସତ୍ୟବାଦୀ, ତାଳଚେର , ଘଷିପୁରା, ମଧ୍ୟ ଭୁବନେଶ୍ୱର , ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି , ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥରେ ଚାଲିଛି ସାନି ମତଦାନ ।