ହସ୍ପିଟାଲରେ ଅକ୍ସିଜେନ ସରିଯିବାରୁ ଗତ ୨୪ ଘଣ୍ଟାରେ ୧୨ କରୋନା ରୋଗୀ ପ୍ରାଣ ହରାଇଛନ୍ତି

ହସ୍ପିଟାଲରେ ଅକ୍ସିଜେନ ସରିଯିବାରୁ ଗତ ୨୪ ଘଣ୍ଟାରେ ୧୨ କରୋନା ରୋଗୀ ପ୍ରାଣ ହରାଇଛନ୍ତି

ହସ୍ପିଟାଲରେ ଅକ୍ସିଜେନ ସରିଯିବାରୁ ଗତ ୨୪ ଘଣ୍ଟାରେ ୧୨ କରୋନା ରୋଗୀ ପ୍ରାଣ ହରାଇଛନ୍ତି
ଭୋପାଳ: ମଧ୍ୟପ୍ରଦେଶ ସାହାଦୋଲ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ସରିଯିବାରୁ ଗତ ୨୪ ଘଣ୍ଟାରେ ୧୨ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଗତ ରାତିରେ ୬ ଜଣଙ୍କ ମୃତୁ୍ୟ ହୋଇଛି । ମୃତ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଅକ୍ସିଜେନ ସିଲିଣ୍ଡର ଶେଷ ହେବା ପରେ ଆଉ ଅକ୍ସିଜେନ ଦିଆଯାଇନଥିଲା । ଯାହା ଫଳରେ ରୋଗୀଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟ ପକ୍ଷରେ ହସ୍ପିଟାଲ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ହସ୍ପିଟାଲର ଡିନ ଡକ୍ଟର ମିଲିନ୍ଦ ସିରଲକର କହିଛନ୍ତି ଯେ ଅକ୍ସିଜେନ ସରିଯିବା ନୁହେଁ, ଅକ୍ସିଜେନ ସିଲିଣ୍ଡରରେ ପ୍ରେସର କମ୍ ହେବାରୁ ଗତ ରାତିରେ ୬ ଜଣଙ୍କର ମୃତୁ୍ୟ ଘଟିଛି । ହସ୍ପିଟାଲ ବର୍ତ୍ତମାନ ୨୫୫ ଜଣ କରୋନା ରୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୫୫ଜଣ ରୋଗୀଙ୍କ ଠାରେ ଅକ୍ସିଜେନ ଲଗାଯାଇଛି ଏବଂ ୬୨ ଜଣ ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଅକ୍ସିଜେନ ଗଚ୍ଛିତ ରହିଛି । ଏହାର ଅଭାବ ନାହିଁ ବୋଲି ସେ କହିଛନ୍ତି ।