ହଜାରେରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ଆତ୍ମସମର୍ପଣ, ସମସ୍ତଙ୍କୁ ନିଆଗଲା ରୁଷ

ହଜାରେରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ଆତ୍ମସମର୍ପଣ, ସମସ୍ତଙ୍କୁ ନିଆଗଲା ରୁଷ

ହଜାରେରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ଆତ୍ମସମର୍ପଣ, ସମସ୍ତଙ୍କୁ ନିଆଗଲା ରୁଷ

କିବ୍: ୟୁକ୍ରେନ୍‌ ଉପରେ ରୁଷର କଆକ୍ରମଣ ଏବେ ବି ଜାରି ରହିଛି। ପ୍ରବଳ ବୋମା ନିକ୍ଷେପ କରାଯାଉଛି। ଏହା ମଧ୍ୟରେ ମାରିୟୁପୋଲ୍ର ଆଜବଷ୍ଟଲ୍ ଷ୍ଟିଲ ପ୍ଲାଣ୍ଟ୍ରୁ ଆସିଛି ବଡ଼ ଖବର। ଏଠାରେ ପ୍ରାୟ ୧,୦୦୦ ୟୁକ୍ରେନ୍ ସୈନିକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସୀମା ସଂଲଗ୍ନ ରୁଷ୍ ଅଞ୍ଚଳକୁ ପଠାଇ ଦିଆଯାଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକଭ କହିଛନ୍ତି, ଗତ ୨୪ ଘଣ୍ଟାରେ ଆଜବଷ୍ଟଲ୍ ପ୍ଲାଣ୍ଟ୍ରୁ ପ୍ରାୟ ୧୦୦୦ ସୈନିକ ଆତ୍ମସମର୍ପଣ କରିଛନ୍ତି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ସେ ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ୫୧ ଆହତ ସୈନିକଙ୍କ ସମେତ ମୋଟ୍ ୨୬୫ ୟୁକ୍ରେନ୍ ସୈନିକ ଆତ୍ମସମର୍ପଣ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ମାରିୟୁପୋଲ ସହର ଉପରୁ ଏବେ ୟୁକ୍ରେନ୍ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇଥବା ସ୍ବୀକାର କରିଛି। ଆଜବଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟ୍ରେ ଏବେ ବି କେତେକ ଶୀର୍ଷ କମାଣ୍ଡର ଫସି ରହିଥିବାରୁ ରୁଷ୍ ସେମାନଙ୍କୁ ଜୀବିତ ଧରିବା ପାଇଁ ଚାହୁଛି। ମିଳିଥିବା ସୂଚନାନୁଯାୟୀ ଆଜବଷ୍ଟଲ୍ରେ ଆତ୍ମସମର୍ପଣ କରିଥିବା ସୈନିକମାନେ ବିଚାରଣାର ସାମ୍ନା କରିବେ। ଡିପିଆର୍ (ଡୋନେସ୍କ ପିପୁଲ୍ସ ରିପବ୍ଲିକ୍)କୋର୍ଟରେ ସେମାନଙ୍କ ବିଚାରଣା ହେବ । 

ଅନ୍ୟପକ୍ଷେ ରୁଷ୍ ଆଜି କହିଛି ୟୁକ୍ରେନ୍ର ଡ୍ରୋନ୍ ଜାଳିବାପାଇଁ ଏହା ନୂଆ ପିଢ଼ିର ଲେଜର ଅସ୍ତ୍ର ବ୍ୟବହାର କରିଛି। ମାରିୟୁପୋଲ୍ ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇସାରିଛି। ମଙ୍ଗଳବାର ଦିନ ରୁଷ୍ର ଆକ୍ରମଣ ଯୋଗୁ ଡୋନେସ୍କ ଅଞ୍ଚଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ରୁଷ୍ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଅଧିକରୁ ଅଧିକ ବିମାନ ଆକ୍ରମଣ କରୁଛି। ରୁଷ୍ ଲୁହାଂସ୍କରେ ହେଲିକପ୍ଟର ମୁତୟନ କରିଛି। ପ୍ରମୁଖ ସହରଗୁଡ଼ିକୁ ଏହା ଅକ୍ତିଆର କରିବାକୁ ଚାହୁଛି।