ସ୍ୱାମୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଜାତା

ସ୍ୱାମୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଜାତା

ସ୍ୱାମୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଜାତା
ଭୁବନେଶ୍ୱର : ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚଉଠାଇ ନେଇଛି । ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ମୋ ସ୍ୱାମୀ କଣ ନକ୍ସଲ ଯେ, ତାଙ୍କୁ ଏଭଳି ଭାବରେ ଘରୁ ଉଠାଇ ନିଆଯାଇଛି । ଏହା ସହିତ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସୁଜାତା ପାଣିଗ୍ରାହୀ । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନିଆଯାଇଥିବା ନେଇ ପତ୍ନୀ ସୁଜାତା ପାଣିଗ୍ରଆହୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ନେଇ ପତ୍ନୀ ଅଭିଯୋଗ କରିଛନ୍ତି । ଇଓଡବ୍ଲ୍ୟ ଅଫିସ ନେଉଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେଠାକୁ ନେଇନଥିବା ନେଇ ସୁଜାତା ସୂଚନା ଦେଇଛନ୍ତି ।