ପ୍ରଦୀପଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ପ୍ରଦୀପଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ପ୍ରଦୀପଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ଘରୁ ଉଠାଇ ନେଇଛନ୍ତି । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନିଆଯାଇଥିବା ନେଇ ପତ୍ନୀ ସୁଜାତା ପାଣିଗ୍ରଆହୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ନେଇ ପତ୍ନୀ ଅଭିଯୋଗ କରିଛନ୍ତି । ଇଓଡବ୍ଲ୍ୟ ଅଫିସ ନେଉଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେଠାକୁ ନେଇନଥିବା ନେଇ ସୁଜାତା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ ପ୍ରଦୀପଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିଲା । ଏହାପରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସହିତ ପ୍ରଦୀପଙ୍କ ସମ୍ପର୍କ ସାମ୍ନାକୁ ଆସିିଥିଲା ।