ମୁଖ୍ୟମନ୍ତ୍ରୀଙ୍କଠୁ ଅଲଗା କରିବା ପାଇଁ ଷଡଯନ୍ତ୍ର : କାହିଁକି ଏମିତି କହିଲେ ସୁଜାତା

ମୁଖ୍ୟମନ୍ତ୍ରୀଙ୍କଠୁ ଅଲଗା କରିବା ପାଇଁ ଷଡଯନ୍ତ୍ର : କାହିଁକି ଏମିତି କହିଲେ ସୁଜାତା

ମୁଖ୍ୟମନ୍ତ୍ରୀଙ୍କଠୁ ଅଲଗା କରିବା ପାଇଁ ଷଡଯନ୍ତ୍ର : କାହିଁକି ଏମିତି କହିଲେ ସୁଜାତା
ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାି ନେଇଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଦୂରେଇବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି ବୋଲି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ମୋ ସ୍ୱାମୀ ଏକଦା ନବୀନ ପଟ୍ଟନାୟକଙ୍କ ସବୁଠାରୁ ନିକଟତର ଥିଲେ । ଉଭୟଙ୍କୁ ଅଲଗା କରିବା ପାଇଁ ଏମିତି ଷଡଯନ୍ତ୍ର କରାଯାଇଛି । ଜଣେ ବ୍ୟକ୍ତିଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ପାଇଁ ସମଗ୍ର ବ୍ୟବସ୍ଥା ଏକ ହୋଇ ଯାଇଛି ବୋଲି ସୁଜାତା ଅଭିଯୋଗ କରିଛନ୍ତି । ମୋ ସ୍ୱାମୀ କଣ ନକ୍ସଲ ଯେ, ତାଙ୍କୁ ଏଭଳି ଭାବରେ ଘରୁ ଉଠାଇ ନିଆଯାଇଛି । ଏହା ସହିତ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସୁଜାତା ପାଣିଗ୍ରାହୀ । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନିଆଯାଇଥିବା ନେଇ ପତ୍ନୀ ସୁଜାତା ପାଣିଗ୍ରାହୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ନେଇ ପତ୍ନୀ ଅଭିଯୋଗ କରିଛନ୍ତି । ଇଓଡବ୍ଲ୍ୟ ଅଫିସ ନେଉଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେଠାକୁ ନେଇନଥିବା ନେଇ ସୁଜାତା ସୂଚନା ଦେଇଛନ୍ତି ।