ସ୍ତ୍ରୀଙ୍କୁ ନିସ୍ତୁକ ପିଟି ସ୍ୱାମୀଙ୍କ ଆତ୍ମହତ୍ୟା
ସ୍ତ୍ରୀଙ୍କୁ ନିସ୍ତୁକ ପିଟି ସ୍ୱାମୀଙ୍କ ଆତ୍ମହତ୍ୟା
admin
Mar 3, 2021 - 06:50
Updated: Mar 3, 2021 - 06:50
ଭୁବନେଶ୍ୱର: ସ୍ତ୍ରୀଙ୍କୁ ନିସ୍ତୁକ ପିଟିଲେ ସ୍ୱାମୀ । ଫଳରେ ପତ୍ନୀ ଚେତା ହରାଇ ତଳେ ପଡ଼ିଗଲେ । ମାଡ଼ରେ ସ୍ତ୍ରୀ ମରିଗଲେ ବୋଲି ଭାବି ସ୍ୱାମୀ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ । ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ କୁମାର ପାତ୍ର । ଘର କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା । ପ୍ରଦୀପ୍ତ ସପରିବାର ରଙ୍ଗମାଟିଆରେ ରହୁଥିଲେ । ସେ ବିଏସ୍ଏନ୍ଏଲ୍ ଅଫିସରେ ଚାକିରି କରୁଥିଲେ । ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରଦୀପ୍ତ ଓ ସ୍ତ୍ରୀ ମାନସୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଉତ୍କ୍ଷିପ୍ତ ହୋଇ ପ୍ରଦୀପ୍ତ ମାନସୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଫଳରେ ମାନସୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ । ତେବେ ମାନସୀ ମରି ଯାଇଥିବା ଭାବି ଭୟ ଓ ଅନୁତାପରେ ପ୍ରଦୀପ୍ତ ଏକ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ମାନସୀଙ୍କ ଚେତା ଫେରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଦେଖି ଚିତ୍କାର କରିବା ସହ ସେ ମଧ୍ୟ ଅତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ପାଟି ଶୁଣି ସାହିପଡ଼ିଶା ଲୋକମାନେ ଆସି କବାଟ ଭାଙ୍ଗି ମାନସୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ।