ସ୍କୁଲ ବସରେ ଘର ଭଳି ସୁବିଧା
ସ୍କୁଲ ବସରେ ଘର ଭଳି ସୁବିଧା
ବସ୍ ଯାତ୍ରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇନଥାଏ । କେବଳ ନିଜର ଗନ୍ତବ୍ୟ ସ୍ଥାନକୁ ଯିବାଲାଗି ଲୋକେ ବସର ବ୍ୟବହାର କରିଥାନ୍ତି । ଯଥାଶୀଘ୍ର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ତାଙ୍କର ଲକ୍ଷ୍ୟ ଥାଏ । ଏଭଳି କ୍ଷେତ୍ରରେ ଆମେରିକାର ଏକ ଦମ୍ପତି ଜେଡ଼ି ଓ ବ୍ରିଟନି ନିଜର ୭ ପିଲାଙ୍କ ସହ ଏକ ବସରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ବିଗତ ୪ ବର୍ଷ ହେଲା ବସଟି ସେମାନଙ୍କର ଘର ପାଲଟିଛି । ତା’ ସାହାଯ୍ୟରେ ଆମେରିକାର ପ୍ରତି କୋଣ ଅନୁକୋଣକୁ ସେମାନେ ବୁଲିବାକୁ ଯାଉଛନ୍ତି । ଜେଡ଼ି ଓ ବ୍ରିଟନିଙ୍କର ଏହି ବିଳାସପୂର୍ଣ୍ଣ ଜୀବନ ଖୁବ ଚର୍ଚ୍ଚିତ । ସେମାନେ ନିଜର ଦୈନନ୍ଦିନ ଜୀବନଜାପନକୁ ଟିକଟରେ ଶେୟାର କରିଥାନ୍ତି ।
ସେହି ଭିଡ଼ିଓ ଗୁଡ଼ିକର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଜେଡ଼ି ଦମ୍ପତି ସେହି ସ୍କୁଲ ବସକୁ କିଣିବା ପରେ ନିଜର ଆବଶ୍ୟକ ଅନୁସାରେ ଡ଼ିଜାଇନ କରିଛନ୍ତି । ସେଥିରେ ବେଡ଼ ଠାରୁ ଆରମ୍ଭ କରି ଡାଇନିଂ ଟେବୁଲ, ଟିଭି, ସୋଫା ପିଲାଙ୍କ ପାଇଁ ଖେଳିବା ନିମନ୍ତେ ଦୋଳି ସମେତ ଗୋଟିଏ ପରାିବାର ଚଳିବା ପରି ଆବଶ୍ୟକୀୟ ସମସ୍ତ ଉପକରଣ ରହିଛି ରୋଷେଇ ପାଇର୍ ଓପନ କିଚେନର ବ୍ୟବସ୍ତା ଥିବା ବେଳେ ପିଲାମାନଙ୍କର ଖେଳିବା ଲାଗି ସ୍ୱତନ୍ତ୍ର କର୍ନର ରହିଛି । ବସ ମଧ୍ୟରେ ଦୁଇଟି ବାଥରୁମ ମଧ୍ୟ ଅଛି । ଏ ସମ୍ପର୍କରେ ବ୍ରିଟନି କହିଛନ୍ତି, ଆମେ ସବୁବେଳେ ମୁକ୍ତ ଜୀବନ ବଞ୍ଚିବାକୁ ପସନ୍ଦ କରୁ । ସେଥିପାଇଁ ଗୋଟିଏ ବସ କିଣି ଅନେକ ଭାବିଚିନ୍ତି ତାକୁ ଘର ଭଳି ଡିଜାଇନ କରିଥିଲୁ । ବସ୍ ମାଧ୍ୟମରେ ଆମେ ପୂରା ଆମେରିକା ବୁଲି ସାରିଥିବାବେଳେ ଭବିଷ୍ୟତରେ ବିଶ୍ୱଭ୍ରମଣ କରିବାକୁ ଇଚ୍ଛା ରହିଛି ।




admin 