ହାପି ବାର୍ଥ ଡେ ଅମିତାଭ

ହାପି ବାର୍ଥ ଡେ ଅମିତାଭ

ହାପି ବାର୍ଥ ଡେ  ଅମିତାଭ

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ୱର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି । ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ ।

୧୯୬୯ରେ ତାଙ୍କ ସିନେ କ୍ୟାରିୟର ଆରମ୍ଭ ହେଲା । କଠିନ ପରିଶ୍ରମ, ଧୈର୍ଯ୍ୟ ହିଁ ତାଙ୍କ ସଫଳତାର ଚାବିକାଠି । ୮୦ ବର୍ଷୀୟ ଅମିତାଭଙ୍କୁ ଏ ବୟସରେ ମଧ୍ୟ ଫୁରସତ୍ ମିଳୁନି । ସକାଳର ଆରମ୍ଭ ସୁଟିଂ ସେଟରେ କରୁଥିବା ଅମିତାଭ ଏବେ ମଧ୍ୟ କାମ ସାରି ଡେ଼ରି ରାତିରେ ଘରକୁ ଫେରୁଛନ୍ତି । ତାଙ୍କର ଗୋଟିଏ ମୂଳ ମନ୍ତ୍ର ‘ପ୍ରଶଂସକଙ୍କୁ ନିରଶ କରିବିନି’ । ପ୍ରଶଂସକଙ୍କ ଭଲପାଇବାରେ ଆଜି ଏହି ସିନେକଳାକାର ପରିଚୟ ପାଇଥିବା କହିଥାନ୍ତି ଅମିତାଭ । ଏଥରକ ଜନ୍ମଦିନରେ ବିଗ୍ ବି ସପରିବାର ତିରୁପତି ଦର୍ଶନ ଯିବାକୁ ସ୍ଥିର କରିଥିବା ଜଣାପଡ଼ିଛି ।