ସ୍କୁଲ ନଖୋଲିବା ଯାଏଁ ଦେବାକୁ ପଡ଼ିବନି ଫି’

ସ୍କୁଲ ନଖୋଲିବା ଯାଏଁ ଦେବାକୁ ପଡ଼ିବନି ଫି’

ଅହମ୍ମଦାବାଦ : ଘରୋଇ ସ୍କୁଲଗୁଡ଼ିକ ଉପରେ ବାଜିଛି ହାଇକୋର୍ଟଙ୍କ ଛାଟ । ବିଦ୍ୟାଳୟ ନଖୋଲିବା ଯାଏଁ ଛାତ୍ରଛାତ୍ରୀଙ୍କୁ ଫି ମଗାଯାଇପାରିବ ନାହିଁ । ସେହିପରି ଏହାକୁ ଆଳ କରି କୌଣସି ପିଲାକୁ ସ୍କୁଲରୁ ବି ବିଦା କରାଯାଇପାରିବନି । ଯଦି ଏଭଳି ଅଭିଯୋଗ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜୁରାଟ ହାଇକୋର୍ଟଙ୍କ ଏଭଳି ନିଦେ୍ର୍ଧଶ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏବେ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଛି । କିନ୍ତୁ ଘରୋଇ ବିଦ୍ୟାଳୟଗୁଡ଼ିକ ଅଭିଭାବକମାନଙ୍କୁ ଫି’ ମାଗୁଛନ୍ତି । ଏନେଇ ଅନେକ ଅଭିଭାବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ଅପରପକ୍ଷରେ ହାଇକୋର୍ଟଙ୍କ ରାୟ ଆଧାରରେ ଗୁଜୁରାଟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ଲକଡାଉନ ଅବଧିରେ ଫି’ ନେଉଥିବା ସ୍କୁଲ ଉପରେ ଅଙ୍କୁଶ ଲଗାଯିବ । ଏମିତିକି ଅନଲାଇନ କ୍ଲାସ ପାଇଁ ବି ଘରୋଇ ସ୍କୁଲଗୁଡ଼ିକ ଟଙ୍କା ନେଇପାରିବେ ନାହିଁ ବୋଲି ଗୁଜୁରାଟ ସରକାର କହିଛନ୍ତି । ଓଡ଼ିଶାରେ ବି ଘରୋଇ ସ୍କୁଲଗୁଡ଼ିକ ଫି’ ନେଉଛନ୍ତି । ଏନେଇ ଓଡ଼ିଶା ଅଭିଭାବକ ମହାସଂଘ ପ୍ରତିବାଦ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।