ସୋରିଷ ତେଲର ଉପକାରିତା
ସୋରିଷ ତେଲର ଉପକାରିତା
ଭୁବନେଶ୍ୱର: ସୌନ୍ଦର୍ଯ୍ୟ ବୃଦ୍ଧିରେ କେଶ ହେଉଛି ଏକ ମୁଖ୍ୟ ସ୍ରୋତ । ନାରୀ ହୁଅନ୍ତୁ ବା ପୁରୁଷ କେଶ ପାଇଁ ସମସ୍ତଙ୍କ ଚିନ୍ତା ଥାଏ । ତେବେ ଆଜିକାଲିକା ଜୀବନଶୈଳୀ ଆପଣେଇବା ଫଳରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ ଦ୍ୱାରା ଆମ ଚୁଟି ନଷ୍ଟ ହେବାରେ ଲାଗିଛି । ତେବେ କେଶ ଝଡିବା ରୋକିବାକୁ ହେଲେ କ’ଣ କରିବା ଆବଶ୍ୟକ ରହିଛି ଆସନ୍ତୁ ଆଲୋଚନା କରିବା। କେଶ ପାଇଁ ସୋରିଷ ତେଲ ହେଉଛି ଅତ୍ୟନ୍ତ ଲାଭଦାୟକ । ଏହା କେଶକୁ କେଶକୁ କଳା କରିବା ସହ ମଜବତ୍ କରିଥାଏ। ଜାଣନ୍ତୁ କେଶରେ କିପରି ବ୍ୟବହାର କରିବେ ସୋରିଷ ତେଲ ।
୧- ୧ ଚାମଚ ସୋରିଷ ତେଲରେ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜୋଜୋବା ତେଲ ମିଶାଇ ହାଲୁକା ଗରମ କରି ନିଅନ୍ତୁ । ତା’ପରେ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାାଇ ୧ ଘଣ୍ଟା ରଖିବା ପରେ କେଶକୁ ଉଷୁମ ପାଣିରେ ଧୋଇ ସଫା କରିନିଅନ୍ତୁ ।
୨- ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଏହାକୁ ୫ ରୁ ୬ ମିନିଟ ଯାଏ ଫୁଟାଇ ନେବେ। ତେଲର ରଙ୍ଗ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ତେଲ ଥଣ୍ଡା ହେବା ପରେ ଏହି ମିଶ୍ରଣ ତେଲକୁ ଆପଣ କେଶରେ ଲାଗାଇ ପାରିବେ ।
୩-ସୋରିଷ ତେଲରେ ଭିଟାମିନ ଏ, ଡି, ଇ ଏବଂ କେ ରହିଥାଏ । ଏହା ବ୍ୟତୀତ ଆଇରନ ଏବଂ ମ୍ୟାଗ୍ନେସିୟମ ମଧ୍ୟ ମିଳିଥାଏ । ଯାହା କେଶ ଝଡିବା ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।




admin 