ସେନା ପରୀକ୍ଷାର୍ଥୀଙ୍କ ଆତଙ୍କ ପରେ କମିଶନର ନେଲେ ଏହି ପଦକ୍ଷେପ

ସେନା ପରୀକ୍ଷାର୍ଥୀଙ୍କ ଆତଙ୍କ ପରେ କମିଶନର ନେଲେ ଏହି ପଦକ୍ଷେପ

ସେନା ପରୀକ୍ଷାର୍ଥୀଙ୍କ ଆତଙ୍କ ପରେ କମିଶନର ନେଲେ ଏହି ପଦକ୍ଷେପ
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ସେନା ପରୀକ୍ଷାର୍ଥୀଙ୍କ ଉପôାତ ତଥା ଆତଙ୍କ ଦେଖିବାକୁ ମିଳିଥିଲା । ଏଭଳି ଘଟଣା ପରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମର୍ମରେ ସେ ରାଜ୍ୟ ସରକାର ଓ ୧୨୦ ବାଟାଲିୟନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଆଗକୁ ଏଭଳି ଇଣ୍ଟରଭୁ୍ୟ ରାଜଧାନୀ ଭିତରେ ନକରିବାକୁ କମିଶନର ଶ୍ରୀ ଷଡ଼ଙ୍ଗୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ସମ୍ବେଦନଶୀଳ ସ୍ଥାନଥିବାରୁ ରାଜଧାନୀରେ ଆଗକୁ ଏଭଳି ଇଣ୍ଟରଭୁ୍ୟ ନକରିବାକୁ ସେ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳ କିମ୍ବା କୌଣସି ଉପଯୁକ୍ତ ସ୍ଥାନରେ ଇଣ୍ଟରଭୁ୍ୟ ପାଇଁ ସେ ପରାମର୍ଶ ଦେଇଛନ୍ତି । ଏନେଇ ତୁରନ୍ତ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଶ୍ରୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ରେଳ ଷ୍ଟେସନରେ ମଙ୍ଗଳବାର ସେନା ପରୀକ୍ଷାର୍ଥୀମାନେ ଆତଙ୍କ ଖେଳାଇ ଦେଇଥିଲେ । ଜବରଦସ୍ତ ଟ୍ରେନ ବଗିରେ ପଶି ଉପôାତ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ବାଧ୍ୟ ହୋଇ ଜିଆରପି ଓ ଆରପିଏଫ ଯବାନ ପରୀକ୍ଷାର୍ଥୀଙ୍କ ମଧ୍ୟ ଲାଠି ଚାଳନା କରିଥିଲେ । ପୂର୍ବରୁ ଦିନବେଳା ମାର୍କେଟ ଓ ଆଇଜି ପାର୍କରେ ଉପôାତ କରିଥିଲେ । ବଜାରରେ ଆତଙ୍କ ଖେଳାଇ ଦେଇଥିଲେ । ଆଇଜି ପାର୍କରେ କିଛି ଯୁବତୀଙ୍କୁ ଏମାନେ ଟଣାଓଟରା କରିଥିଲେ । ଲୋକେ ପ୍ରତିବାଦ କରିବାକୁ ସେମାନଙ୍କୁ ଲୁହାରଡ ଓ କାଠ ଫାଳିଆରେ ପିଟି ରକ୍ତାକ୍ତ କରିଦେଇଥିଲେ । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।