ଏସସିବିରେ ଡେଙ୍ଗୁ ରୋଗୀ ମୃତ

ଏସସିବିରେ ଡେଙ୍ଗୁ ରୋଗୀ ମୃତ

ଏସସିବିରେ ଡେଙ୍ଗୁ ରୋଗୀ ମୃତ
କଟକ: କଟକ ବଡ଼ ମେଡିକାଲ ବା ଏସସିବିରେ ଡେଙ୍ଗୁ ଜଣଙ୍କ ଜୀବନ ନେଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ହେଲେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ରମା ବାରିକ(୫୦) । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୮ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ । ଏସସିବିର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡର ଆଇସିୟୁରେ ସେ ଚିକିତ୍ସାଧୀନ ଥିଲେ । ଚଳିତ ବର୍ଷ ଏହା ଏସସିବିରେ ଦ୍ୱିତୀୟ ଡେଙ୍ଗୁ ମୃତୁ୍ୟ ଘଟଣା । ଅଗଷ୍ଟ ୧୩ରେ ଅନ୍ୟ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିଲା ।