ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରିବ ସିବିଆଇ

ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରିବ ସିବିଆଇ

ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରିବ ସିବିଆଇ
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର ଗ୍ରହଣ କରିବ ସିବିଆଇ । ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ମାମଲାକୁୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । ତେବେ ବିହାର ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ପାଇଁ ନିଯୁକ୍ତ ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନରେ ରଖାଯିବାରୁ ବିହାର ସରକାର ବାଧ୍ୟ ହୋଇ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବା ସହିତ ମାମଲା ସିବିଆଇ ହାତକୁ ଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ବିଭିନ୍ନ ପାରିପାଶ୍ୱର୍ିକ ପରସ୍ଥିତିରୁ ସୁଶନ୍ତଙ୍କ ଗର୍ଲଫେଷ୍ଠତ୍ପ ରିଆ ଚକ୍ରବର୍ତ୍ତୀଙ୍କ ଆଡକୁ ସନେ୍ଦହ ଯାଇଥିବା ବେଳେ ମୁମ୍ବାଇ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିଲା ।