ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ
ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ
ଜମ୍ମୁ: ଜମ୍ମୁ-କଶ୍ମୀରର ସୁଞ୍ଜୱାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟର୍ରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜମ୍ମୁ ଉପକଣ୍ଠ ଗୋଟିଏ ଆର୍ମି କ୍ୟାମ୍ପ ନିକଟରେ ହିଁ ଏପରି ଗୁଳି ବିନିମୟ ଜାରି ରହିଛି।
ସେହିପରି ୨୨ ଘଣ୍ଟା ହେଲା ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଏନକାଉଣ୍ଟର ଜାରି ରହିଛି। ଏହି ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୪ ଜଣ ଆତଙ୍କବାଦୀଙ୍କୁ ଖତମ କରିଛନ୍ତି। ଏମାନଙ୍କ ମଧ୍ୟରେ ଲସ୍କରର ଜଣେ ଟପ୍ କମାଣ୍ଡର ମଧ୍ୟ ରହିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ସେନା ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନି। କେବଳ ଜମ୍ମୁ-କଶ୍ମୀର ପୁଲିସ୍ କହିଛି ଯେ ବାରମୁଲ୍ଲା ଏନକାଉଣ୍ଟର୍ରେ ୪ ଆତଙ୍କୀ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଏନକାଉଣ୍ଟର ଜାରି ରହିଛି।




admin 