ସୁରକ୍ଷା ମାଗିଲା କଂଗ୍ରେସ
ସୁରକ୍ଷା ମାଗିଲା କଂଗ୍ରେସ
ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରା କାର୍ୟ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ପକ୍ଷରୁ ସୁରକ୍ଷା ମଗାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ସହଯାତ୍ରୀ ମାନଙ୍କୁ ସୁରକ୍ଷା ଦେବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛି କଂଗ୍ରେସ । ପୂର୍ବରୁ ଜେଡ୍ ପ୍ଲସ ସୁରକ୍ଷାରେ ଥିବା ରାହୁଲ ଗାନ୍ଧୀଙ୍କୁ ସରକ୍ଷା ଦେବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଛି। ଭାରତ ଯୋଡ଼ ଯାତ୍ରା କାର୍ୟ୍ୟକ୍ରମ ବେଳେ ଅଯଥା ହଇରାଣ ହୋଇଛନ୍ତି କଂଗ୍ରେସର ନେତା ଓ ସହଯାତ୍ରୀ ।
ଖାଲି ସେତିକି ନୁହେଁ ହରିୟାଣାର କିଛି ଗୁଇନ୍ଦା ଅଧିକାରୀ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ଥିବା କଣ୍ଟେନ ମଧ୍ୟରେ ପ୍ରବେଶ କରୁଛନ୍ତି । ଯାହାଫଳରେ ରାହୁଲଙ୍କ ସମେତ ଅନ୍ୟ ପଦଯାତ୍ରୀଙ୍କ ସୁରକ୍ଷା ବିପନ୍ନ ହେଉଛି । ତେଣୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା ଯୋଗାଇ ଦେବାକୁ ଶାହାଙ୍କୁ ଚିଠିରେ କଂଗ୍ରେସ ଦାବି କରିଛି ।
ସେପଟେ କଂଗ୍ରେସ ଏହି ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରୁଛି । ଦଳର ନେତା ମାନଙ୍କ ମନୋବଳ ବଢ଼ାଇବାକୁ ଏହି କାର୍ୟ୍ୟକ୍ରମର ଆୟୋଜନ କରିଛି କଂଗ୍ରେସ । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଅଭିଯାନରେ ଅନେକ ସମର୍ଥକ ସାମିଲ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ଏହି ଭାରତ ଯୋଡ଼ ଯାତ୍ରା କାର୍ୟ୍ୟକ୍ରମ କଂଗ୍ରେସ ଜାରି ରଖିଛି ।




admin 