ସୁନ୍ଦରୀ ସାନ୍ଧୁଙ୍କୁ ଭବ୍ୟ ସ୍ୱାଗତ କଲା ଭାରତ

ସୁନ୍ଦରୀ ସାନ୍ଧୁଙ୍କୁ ଭବ୍ୟ ସ୍ୱାଗତ କଲା ଭାରତ

ସୁନ୍ଦରୀ ସାନ୍ଧୁଙ୍କୁ ଭବ୍ୟ ସ୍ୱାଗତ କଲା ଭାରତ
ମୁମ୍ବାଇ: ସାରାଦେଶ ପାଇଁ ଗୌରବ ଆଣି ଚଳିତ ବର୍ଷ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ହରନାଜ ସାନ୍ଧୁ ଗତକାଲି ବିଳମ୍ବିତ ରାତିରେ ଭାରତ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ହରନାଜଙ୍କ ପ୍ରି୍ରୟ ପରିଜନ ଓ ମୁମ୍ବାଇ ପୋଲିସର ଯବାନମାନେ ହରନାଜଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା । ହାତରେ ଭାରତର ଜାତୀୟ ପତାକା ଧରି ସମସ୍ତ ସ୍ୱାଗତକାରୀଙ୍କୁ ଧନ୍ୟବାଦ ଦେଇଥିଲେ ହରନାଜ । ଦୀର୍ଘ ୨୧ ବର୍ଷ ଅପେକ୍ଷା ପରେ ହରନାଜ୍ ମିସ୍ ୟୁନିଭର୍ସର ଟାଇାଟଲ ଜିତି ଭାରତକୁ ବିଶ୍ୱସ୍ତରରେ ପରିଚିତ କରାଇବା ସହ ଭାରତର ନାଁ ରଖିଛନ୍ତି । ସୂଚନା ଅନୁସାରେ ହରନାଜ ମିସ୍ ଚଣ୍ଡିଗଡ ୨୦୧୭ର ବିଜୟିନୀ ହୋଇସାରିଛନ୍ତି । ଏହାସହ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ଟାଇଟେଲ ଜିତି ସାରିଛନ୍ତି । ପ୍ରଥମେ ୧୯୯୪ରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବାବେଳେ ୨୦୦୦ରେ ଲାରା ଦତ୍ତ ମଧ୍ୟ ମବିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ ।