ସୁନ୍ଦରଗଡର ଏହି ଗ୍ରାମ ପଂଚାୟତକୁ ଲକଡାଉନ ଘୋଷଣା

ସୁନ୍ଦରଗଡର ଏହି ଗ୍ରାମ ପଂଚାୟତକୁ ଲକଡାଉନ ଘୋଷଣା

ସୁନ୍ଦରଗଡର ଏହି ଗ୍ରାମ ପଂଚାୟତକୁ ଲକଡାଉନ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ସୁନ୍ଦରଗଡ ବଡଗାଁ ବ୍ଲକର ତୁଡାଲଗା ପଂଚାୟତ ଲକଡାଉନ ଘୋଷଣା କରାଯାଇଛି । ପଂଚାୟତକୁ ଆଜିଠୁ ୩ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କଲେ ଗ୍ରାମ ସରପଂଚ । ଔଷଧ ଓ କ୍ଷୀର ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି । କଟକଣାକୁ ଯିଏ ନ ମାନିବ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଂଚ କହିଛନ୍ତି ।