ଆଜି ମାଟ୍ରିକ ପରୀକ୍ଷା ନିଷ୍ପତି

ଆଜି ମାଟ୍ରିକ ପରୀକ୍ଷା ନିଷ୍ପତି

ଆଜି ମାଟ୍ରିକ ପରୀକ୍ଷା ନିଷ୍ପତି
ଭୁବନେଶ୍ୱର: ସିବିଏସଇ ନିଷ୍ପତି ପରେ ବିଏସଇକୁ ଘାରିଲା ମାଟ୍ରିକ ପରୀକ୍ଷା ଚିନ୍ତା । ମାଟି୍ରକ ପରୀକ୍ଷା ସପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେବ । ବୋର୍ଡ କର୍ତୃପକ୍ଷଙ୍କ ବୈଠକରେ ଆଜି ନିଷ୍ପତି ନିଆଯିବ । ମାଟ୍ରିକ ପରୀକ୍ଷା ବାତିଲ ବା ସ୍ଥଗିତ ରଖିବା ନେଇ ନିଷ୍ପତି ହୋଇପାରେ । ମେ ୩ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଅଛି । ସିବିଏସଇ ଏବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିସାରିଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବୈଠକ ବସିବା ପରେ ନିଷ୍ପତି କଣ ଆସୁଛି ସୂଚନା ଅପେକ୍ଷାରେ ରହିଲୁ ।