ତିନି ଦିନ ଆଖଣ୍ଡଳମଣି ମନ୍ଦିର ଦର୍ଶନ ବନ୍ଦ

ତିନି ଦିନ ଆଖଣ୍ଡଳମଣି ମନ୍ଦିର ଦର୍ଶନ ବନ୍ଦ

ତିନି ଦିନ ଆଖଣ୍ଡଳମଣି ମନ୍ଦିର ଦର୍ଶନ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଆରଡି ଆଖଣ୍ଡଳମଣି ମନ୍ଦିରରେ ୧୭ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଦିନ ୧୨ ଟାରୁ ଆଖଣ୍ଡଳମଣିଙ୍କ ମନ୍ଦିର ଯିବାକୁ ବାରଣ କରାଯାଇଛି । ଆସନ୍ତା ୧୭ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । ବେକଳ ରୀତିନୀତି ଅନୁସାରେ ସେବାୟତ ପୂଜା କରି ପାରିବେ । ଜଣେ ସେବାୟତ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି । ମନ୍ଦିରର ସବୁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତି ନିଆଯାଇଛି । ଏନେଇ ଭଦ୍ରକ ଉପଜିଲ୍ଲାପାଳ ପୀତାବମ୍ବର ସାମଲ ସୂଚନା ଦେଇଛନ୍ତି ।