ସୀମା ବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ସୀମା ବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ସୀମା ବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସୀମା ବିବାଦ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ରହିଛି । କୁଟିଆ ଗ୍ରାମପୁଞ୍ଜର ବର୍ତ୍ତମାନ ସ୍ଥିତି ନେଇ ବୈଠକରେ ଆଲୋଚନା ହେଲା । ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ଧାର ପରିବର୍ତ୍ତନରୁ ସମସ୍ୟା ସୃଷ୍ଟି ହେଉଛି । ଝାରସୁଗୁଡ଼ାରେ ବି ସମସ୍ୟା ରହିଛି । ସେ ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି । ତେବେ ସୀମା ବିବାଦକୁ ନେଇ ଆମେ ସଚେତନ ଅଛୁ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଅନ୍ୟପକ୍ଷରେ ଗୃହ କମିଟି ସୁପାରିସ କାର୍ଯ୍ୟକାରୀ ହେଉନି ବୋଲି ମୋହନ ମାଝୀ କହିଛନ୍ତି । ସେହିପରି ଗୃହ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବାରେ ସକରାରଙ୍କ ଆନ୍ତରିକତା ନାହିଁ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି ।