ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ
ଉଦଳା: ଉଦଳା ଓ କପ୍ତିପଦାର ଦୁଇଟି ସ୍ଥାନରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି କୋଟିପତି ଗଞ୍ଜେଇ ମାଫିଆ ଶରତ ନାଏକକୁ ଶୁକ୍ରବାର ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ପାଖାପାଖି ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ହାରାହାରି ୪୦ଲକ୍ଷ ଟଙ୍କା।ଏହି ଗଞ୍ଜେଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନାର କୟାଁଖୁଣ୍ଟା ଗ୍ରାମର ଶରତ ନାଏକ । ତେବେ ଏହି ଗଞ୍ଜେଇ ଜବତ ହେବା ପରେ ଏହା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି ।