ସିଆରସିସି ଗିରଫ

ସିଆରସିସି ଗିରଫ

ସିଆରସିସି ଗିରଫ
ଉମରକୋଟ: ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଜଣେ ସିଆରସିସିଙ୍କୁ ମହଙ୍ଗା ପଡ଼ିଛି । ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲେ ରାଇଘର ବ୍ଲକ ଖୁଡ଼ୁକ ସିଆରସିସି କୁମେଶ ଦାସ । ଶ୍ରୀ ଦାସ ନିଜ ଘରେ ପୂଜା କରୁଥିବା ଦେବାଦେବୀଙ୍କୁ ପାଣିରେ ଫିଙ୍ଗିଥିଲେ । ଖାଲି ସେତିକି ନୁହେଁ ପାଣିରେ ଫିଙ୍ଗିବା ପରେ ଅଶାଳୀନ ମନ୍ତବ୍ୟ ଦେଇ ଭିଡିଓ ଛାଡ଼ିଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।