ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ହଟିଲା କୋହିଲଙ୍କ ଫଟୋ ।
ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ହଟିଲା କୋହିଲଙ୍କ ଫଟୋ ।
admin
Feb 14, 2020 - 07:40
Updated: Feb 14, 2020 - 07:40
ହାମିଲଟନ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ତ୍ରୟୋଦଶ ସଂସ୍କରଣ ପାଖେଇ ଆସୁଥିବା ବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ଅଧିନାୟକ ବିରାଟ କୋହଲିଙ୍କ ଫଟୋକୁ ହଟାଇ ଦେବା ଘଟଣା ଚର୍ଚ୍ଚାକୁ ଆସିଛି । ଆରସିବି ନିଜର ବିଭିନ୍ନ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ କୋହଲିଙ୍କ ପ୍ରୋଫାଇଲ୍ ଛବି, ଡିସପ୍ଲେ ଛବି, କଭର ଛବି ଏବଂ ପୋଷ୍ଟସବୁକୁ ମଧ୍ୟ ହଟାଇ ଦେଇଛି । ଟ୍ୱିଟର୍, ଇନ୍ଷ୍ଟାଗ୍ରାମ ଏବଂ ଫେସବୁକରେ ସମାନ କଥା କରାଯାଇଛି । ଫ୍ରାଞ୍ଚାଇଜ୍ ଏହାର ସାମାଜିକ ଗଣମାଧ୍ୟମର ନାମକୁ ମଧ୍ୟ "ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍'କୁ ପରିବର୍ତ୍ତନ କରି "ରୟାଲ ଚାଲେଞ୍ଜର୍ସ' କରିଛି । ସମ୍ପ୍ରତି ନ୍ୟୁଜିଲାଣ୍ଡ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେଉଥିବା କୋହଲି ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । "ମୁଁ ଏଭଳି ଦେଖି ଆଶ୍ଚର୍ଯ୍ୟ, ଦଳର ଅଧିନାୟକ ଭାବେ ମୋତେ ସୂଚନା ଦିଆଯିବା କଥା । "କିଛି ସାହାଯ୍ୟ ଆବଶ୍ୟକ ଥିଲେ ମୋତେ ଜଣାଅ' ବୋଲି କୋହଲି ମଧ୍ୟ ଆରସିବିକୁ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୮ ମସିହାଠାରୁ ଆଇପିଏଲ୍ ଆରମ୍ଭ ହୋଇଥିବା ବେଳେ ଆରସିବି ଥରେ ବି ବିଜେତା ହୋଇପାରିନାହିଁ । ଭାଗ୍ୟର ପରିବର୍ତ୍ତନ ଆଶା କରି ଆରସିବି ଏଭଳି କିଛି କରିଥିବା ଆଶଙ୍କା କରାଯାଉଛି । ଆରସିବିର ଅନ୍ୟତମ ସଦସ୍ୟ ତଥା ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଚକିତ ହୋଇ ଟ୍ୱିଟ୍ କରିଛନ୍ତି "ଆରେ ଏ କି ଗୁଗଲି’ ଆରସିବି ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକା ତାରକା ଏବି ଡି\'ଭିଲିୟର୍ସ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୨୦୨୦ ଆଇପିଏଲ ଋତୁ ପାଇଁ ଆରସିବି ମଧ୍ୟ ମୁଥୁଥ ଫିନକର୍ପକୁ ଟାଇଟଲ ପ୍ରାୟୋଜକ କରିଛି ।