ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତର ପରାଜୟ

ଚେନ୍ନଇ : ୪ ବର୍ଷ ପରେ ଘରୋଇମାଟିରେ ଦିନିକିଆ ଶୃଙ୍ଖଳା ହାରିଛି ଭାରତ। ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତକୁ ୨୧ ରନ୍ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ସମସ୍ତ ବିଭାଗେର ଭାରତକୁ ପଛରେ ପକାଇଥିବା ଅଷ୍ଟ୍ରେଲିଆ ଏହି ବିଜୟ ସହ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି। ସୂଚନାଯୋଗ୍ୟ; ୪ ବର୍ଷ ତଳେ ଘରୋଇ ଭାରତକୁ ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିନଥିଲେ ହେଁ ଅଧିକାଂଶ ବାଟ୍ସମ୍ୟାନ୍ ଉପଯୋଗୀ ଯୋଗଦାନ କରିଥିଲେ। ଫଳରେ ଗୋଟିଏ ଓଭର ବାକିଥାଇ ଅଷ୍ଟ୍ରେଲିଆ ୨୬୯ ରନ୍କରି ଅଲ୍ଆଉଟ୍ ହୋଇଥିଲା। ପରେ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ୫ଟି ବଲ୍ ବାକିଥାଇ ଭାରତ ୨୪୮ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେଇପାରିଛି।