ସାବଧାନ! ରାସ୍ତାରେ ବୁଲୁଛି ବାଘ

ସାବଧାନ! ରାସ୍ତାରେ ବୁଲୁଛି ବାଘ

ସାବଧାନ! ରାସ୍ତାରେ ବୁଲୁଛି ବାଘ
ଭୁବନେଶ୍ୱର : ଏବେ ପିକନିକ ଋତୁ ଚାଲିଛି । ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାକୁ ଯାଉଛନ୍ତି । ତେବେ କଳାହାଣ୍ଡି ସୀମା ଆମ୍ବପାଣି ଘାଟିରେ ବାଘ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ରାତିରେ ଏକ କଲରାପତରିଆ ବାଘ ଘାଟିକୁ ଅତିକ୍ରମ କରୁଥିବାବେଳେ ଜଣେ ଯାତ୍ରୀ ଏହାର ଫଟୋ ଉଠାଇଛନ୍ତି । ଯାହାର ପୂରା ଦୃଶ୍ୟ ସେ ମୋବାଇଲରେ ରେକଡର଼୍ କରିଥିବାବେଳେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହୋଇଛି । ଏହି ଖବର ପ୍ରସାରିତ ହେବା ପରେ ଆମ୍ବପାଣି ଘାଟି ଦେଇ ଯାଆସ କରୁଥିବା ଲୋକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ସେହିପରି ସୀମାନ୍ତ ଗାଁର ଲୋକମାନେ ବି ଆତଙ୍କିତ ହୋଇ ପଡ଼ିଛନ୍ତି । ଅପରପକ୍ଷରେ କଳାହାଣ୍ଡି ବନ ବିଭାଗ ଏନେଇ ସୂଚନା ପାଇବା ପରେ ବାଘକୁ ଠାବ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗତ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ଅଂଚଳର ଆଲୋକ ପାଣିଗ୍ରାହୀ ଜୟପୁର ଆସିଥିଲେ । ରାତି ପ୍ରାୟ ୧୧ଟାରେ ଆମ୍ବପାଣି ଘାଟି ରାସ୍ତାରେ ବାଘଟି ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଅତିକ୍ରମ କରୁଥିଲା । ଗାଡ଼ିର ଶବ୍ଦ ସହ ହେଡ଼ଲାଇଟ ପଡ଼ିଲେ ବି ବାଘ ନିଜ ରାସ୍ତାରେ ପାର ହୋଇଥିଲା । ବାଘଟି ବୟସ୍କ ବୋଲି ଅନୁମାନ କରାଯାଉଛି ।