ସାବଧାନ! ଆପଣଙ୍କୁ ବିପଦରେ ପକାଇପାରେ ଟୁଥ ବ୍ରସ
ସାବଧାନ! ଆପଣଙ୍କୁ ବିପଦରେ ପକାଇପାରେ ଟୁଥ ବ୍ରସ
ଭୁବନେଶ୍ୱର: ଲୋକେ ରୋଗରୁ ମୁକ୍ତି ପାଇବା ସହ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଆମେ ଦାନ୍ତ ଘସିଥାଉ । ଦିନକୁ ଦୁଇଥର ସକାଳେ ଓ ସନ୍ଧ୍ୟାରେ ଦାନ୍ତ ଘସିଥାନ୍ତି ଲୋକ । କିନ୍ତୁ ଅଧିକାଂଶ ଲୋକେ ଯେତେବେଳେ ଯାହା ଖାଇବେ ଦାନ୍ତ ଘସିବାର ଅଭ୍ୟାସ ରହିଥାଏ । ଆପଣ ସୁସ୍ଥ ରହିବା ପାଇଁ ଓ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଘସୁଥିବା ଟୁଥବ୍ରଶ କେତେ ସେଫ୍? ଇନଫେକଶନର କାରଣ ହୋଇପାରେ ଆପଣଙ୍କର ଟୁଥବ୍ରଶ ।
ଏପରି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମେଡିସିନ ବିଶେଷଜ୍ଞମାନେ । ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଟୁଥବ୍ରଶ ଯଦି ବଦଳାଉ ନାହାନ୍ତି କିମ୍ବା ଦାନ୍ତ ଘଷିବା ପରେ ଏହାର ଠିକ୍ ଭାବରେ ତଥା ଯତ୍ନର ସହ ରଖୁନାହାନ୍ତି ତେବେ ଶରୀରରେ ଇନ୍ଫେକଶନ ହେବାର ଆଶଙ୍କା ରହିଛି ।
- ଟୁଥବ୍ରଶକୁ ଯଦି ଓଦା ଅବସ୍ଥାରେ କଭର ଭିତରେ ରଖୁଛନ୍ତି ତେବେ ସେପରି ଅବସ୍ଥାରେ ଟୁଥବ୍ରଶରେ ‘ମେଥିସିଲିନ୍ ରେଜିଷ୍ଟାଣ୍ଟ ଷ୍ଟାଫିଲୋକୋକୋସ୍ ଅରେଅସ’ ନାମକ କ୍ଷତିକାରକ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି । ଏହି ଜୀବାଣୁ ଶରୀର ଭିତରକୁ ପ୍ରବେଶ କଲେ ଇନଫେକଶନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଟୁଥବ୍ରଶକୁ ଦାନ୍ତ ଘଷି ସାରି ଏହା ଶୁଖିଯିବା ପରେ କଭର ଭିତରେ ରଖନ୍ତୁ ।




admin 