ବାବା ସ୍ୱପ୍ନେଶ୍ୱରଙ୍କ ଅପୂର୍ବ ମହିମା

ବାବା ସ୍ୱପ୍ନେଶ୍ୱରଙ୍କ ଅପୂର୍ବ ମହିମା

ବାବା ସ୍ୱପ୍ନେଶ୍ୱରଙ୍କ ଅପୂର୍ବ ମହିମା

ଆଠଗଡ଼: ମନ୍ଦିର ମାଳିନୀ ଓଡ଼ିଶାରେ ରହିଛି ବହୁ ପୁରାତନ କାଳର ମନ୍ଦିର । କିଛି ଏଭଳି ରହସ୍ୟରେ ଘେରା ଆମ ଓଡ଼ିଶାରେ ଥିବା ବହୁ ଦେବାଦେବୀଙ୍କ ମନ୍ଦିର ଏଯାବତ୍‌ ଲୋକାଲୋଚନକୁ ଆସିପାରିନାହିଁ । ସେହିପରି ଏକ ଦିବ୍ୟ ମନ୍ଦିର ହେଉଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର । ଆଠଗଡରେ ରହିଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର । ପାତାଳ ଫୁଟା ଏହି ଶୈବ ପୀଠଟି ପୂର୍ବାଭି ମୁଖୀ ହୋଇ ରହିଛି । ଅନେକ ଏହାକୁ ଅଷ୍ଟଶମ୍ଭୁଙ୍କ ମଧ୍ୟରେ ବଡ ଭାଇଙ୍କ ଆଖ୍ୟା ଦେଇଛନ୍ତି । ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଏହି ମନ୍ଦିରଟି ଅଛି । ବାବାଙ୍କୁ ନେଇ ଲୋକଙ୍କର ରହିଛି ପ୍ରଗାଢ ବିଶ୍ୱାସ । ଆସନ୍ତୁ ଜାଣିବା ଏହି ମନ୍ଦିରର ସମ୍ପର୍କରେ..

କିମ୍ବଦନ୍ତୀକୁ ଧ୍ୟାନ ଦେଲେ ଏହି ମନ୍ଦିର ବହୁପୁରାତନ । ପୂର୍ବେ କଳାପାହାଡ ଯେଉଁ ସବୁ ଶୈବ ପୀଠକୁ ଆକ୍ରମଣ କରିଥିଲା ସେଥିମଧ୍ୟରେ ଏହି ମନ୍ଦିର ମଧ୍ୟ ସାମିଲ ରହିଛି । ଆଠଗଡ ରାଜାଙ୍କ ରାଜୁତି ସମୟରେ ନଦୀ ପାଖରେ ଅଷ୍ଟଶମ୍ଭୁ ପ୍ରତିଷ୍ଠା ପାଇଥିଲେ । ସେମାନଙ୍କ ମଧ୍ୟରୁ ସ୍ୱପ୍ନେଶ୍ୱର ମହାପ୍ରଭୁ ହେଉଛନ୍ତି ସବୁ ଭାଇଙ୍କ ମଧ୍ୟରେ ବଡ । ବଡ ଭାଇ ପ୍ରଭୁ ସ୍ୱପ୍ନେଶ୍ୱରଙ୍କ କୃପା ପାଇବାକୁ ଏଠାକୁ ଅନେକ ଭକ୍ତ ଧାଇଁ ଆସନ୍ତି ।

ବାବାଙ୍କୁ ନେଇ ଅନେକ ବିଶ୍ୱାସ ରହିଛି । ବାବାଙ୍କ ଠାରେ ଆସି ଭକ୍ତ ମାନସିକ କଲେ ମୃତ୍ୟୁ ମୁଖରୁ ବଞ୍ଚିଯାଏ । ଏମିତିକି ଯେଉଁମାନଙ୍କର ସନ୍ତାନ ସନ୍ତତି ନାହାଁନ୍ତି ସେମାନେ ଏଠାକୁ ଆସି ମାନସିକ ରଖିଲେ ଆଶିର୍ବାଦ ସ୍ୱରୂପ ମାଆ ହେବାର ସୌଭାଗ୍ୟ ପାଇଥାନ୍ତି  ।

ଏହି ମନ୍ଦିର ଟିର ଚାରିପାଖେ ଘଞ୍ଚ ଜଙ୍ଗଲ ଥିଲା । ପରେ ଗ୍ରାମବାସୀଙ୍କ ଚେଷ୍ଟାରେ ଏହାକୁ ଉନ୍ନତି କରାଯାଇଛି । ଏବେ ମନ୍ଦିର ପରିସରରେ ମହାଦେବଙ୍କର ଏକ ବିରାଟ ମୂୂର୍ତ୍ତି ମଧ୍ୟ ରହିଛି । ଘଞ୍ଚ ଜଙ୍ଗଲ ତଥା ପାହାଡ ମନ୍ଦିରର ଶୋଭାକୁ ଆହୁରି ବଢ଼ାଇ ଦେଇଛି । ବାବା ଆଠଗଡର ଜେନାପୁର ଓ ଗୋପାଳ ପ୍ରସାଦ ଗ୍ରାମ ପଞ୍ଚାୟତର ହେଉଛନ୍ତି ଇଷ୍ଟ ଦେବ । କିଛି ଅସୁବିଧା ହେଲେ ବାବାଙ୍କ ନିକଟକୁ ଆସିଲେ ଭକ୍ତଙ୍କର ସବୁ ସମସ୍ୟାର ସମାଧାନ ହୋଇଯାଏ । ଏଠାରେ ୧୨ ମାସକୁ ୧୩ ପର୍ବ ପାଳନ କରାଯାଏ । ଏଠାରେ ବୈଶାଖ ପୂର୍ଣ୍ଣିମାରେ ପ୍ରଭୁଙ୍କର ମହାଯଜ୍ଞ କରାଯାଏ । ସେହିପରି ଜାଗର ଯାତ୍ରାକୁ ବଡ ଆଡମ୍ବର ସହକାରେ ପାଳନ କରାଯାଏ । ଏହାକୁ ଦେଖିବା ପାଇଁ ବହୁ ଦୂରରୁ ଅନେକ ଭକ୍ତ ଆସିଥାନ୍ତି । ଏଠାରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଏ ।